Module 01 — Why Goat Farming

Importance
of Goat Farming

ଛେଳି ପାଳନର ଉପକାରିତା ଓ ଗୁରୁତ୍ୱ

ସମଗ୍ର ଭାରତରେ ଗ୍ରାମାଞ୍ଚଳର ଜୀବିକା ପାଇଁ ଛେଳି ପାଳନ ହେଉଛି ଏକ ମୁଖ୍ୟ ଆଧାର। ସ୍ୱଳ୍ପ ପୁଞ୍ଜି ନିବେଶ, କମ୍ ସ୍ଥାନ ଏବଂ ବର୍ଷସାରା ଆୟର ସୁଯୋଗ ଥିବାରୁ, ଛେଳି ଚାଷ ପ୍ରତ୍ୟେକ ପରିବାରକୁ—ବିଶେଷ କରି ମହିଳା ଏବଂ ପଛୁଆ ବର୍ଗର ଗୋଷ୍ଠୀଙ୍କୁ—ସ୍ଥାୟୀ ରୋଜଗାର ଏବଂ ଖାଦ୍ୟ ନିରାପତ୍ତା ହାସଲ କରିବାରେ ସହାୟକ ହୋଇଥାଏ।

ଛେଳି ପାଳନ
ଛେଳି — ଗ୍ରାମୀଣ ଜୀବିକାର ମୂଳ ଆଧାର
🏠 Home All Modules Importance of Goat Farming 🌱 Module 01

ଛେଳି ପାଳନ କାହିଁକି ଉଚିତ?

Why is goat farming the ideal choice for small and marginal farmers of rural India?

Goats adapting to environment
01
🌍
Adaptability

ଏମାନେ ସହଜରେ ପରିବର୍ତ୍ତିତ ଜଳବାୟୁ ଓ ପରିବେଶକୁ ଖାପ ଖୁଆଇ ଚଳି ପାରନ୍ତି

Low investment farming
02
💰
Low Investment

ଏଥିପାଇଁ ଖୁବ କମ ମୂଲଧନର ଆବଶ୍ୟକତା ହୋଇଥାଏ

Women managing goats
03
👩‍👧
Women-Friendly

ଛେଳି ଆକାରରେ ଛୋଟ ଓ ଶାନ୍ତ, ତେଣୁ ମହିଳା ଓ ପିଲାମାନେ ସହଜରେ ପରିଚାଳନା କରିପାରନ୍ତି

Low cost goat housing
04
🏠
Low-Cost Housing

ଛେଳି ଘର ତିଆରିରେ ଗ୍ରାମରେ ମିଳୁଥିବା ଜିନିଷ ବ୍ୟବହାର କରି ଛେଳି ଘର ତିଆରି କରିପାରିବା

Goat milk production
05
🥛
Early Milk

ଗାଈ ତୁଳନାରେ ଅଳ୍ପ ଦିନ ପାଳିବା ପରେ କ୍ଷୀର ମିଳିଥାଏ

Fast breeding cycle
06
⏱️
Fast Returns

୧୨–୧୫ ମାସରେ ଛେଳି ପ୍ରଜନନକ୍ଷମ ହୋଇ ଛୁଆ ଦିଅନ୍ତି; ଗୋଟେ ବର୍ଷ ଭିତରେ ଛୁଆ ବିକ୍ରୟ ଯୋଗ୍ୟ ହୁଏ

Goat with multiple kids
07
👶
Multiple Births

ଗୋଟିଏ ଛେଳି ଏକ ସମୟରେ ୨–୩ ଛୁଆ ଜନ୍ମ ଦିଏ; ୨ ବର୍ଷରେ ପ୍ରାୟ ୩ ଥର ଛୁଆ ଦିଏ

Goats grazing freely
08
🌾
Low Feed Cost

ଏମାନଙ୍କ ଖାଦ୍ୟ ପାଇଁ ଖୁବ କମ ଖର୍ଚ୍ଚ — ଘାସ, ପତ୍ର, ଲତା ଓ ବୁଦା ଚାରି ଖାଆନ୍ତି

Goat milk health benefits
09
🩺
Health Benefits

ଅମ୍ଳ ରୋଗ, ଜଣ୍ଡିସ, ବଦହଜମି, ଶିଶୁ ଓ ବୃଦ୍ଧଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ

Goat milk tuberculosis benefit
10
💊
Anti-TB Properties

ଛେଳି ର କ୍ଷୀରରେ ଯକ୍ଷ୍ମା ରୋଗ ନିରାକରଣ ଶକ୍ତି ଅଛି

Goat manure for soil
11
🌱
Organic Manure

ଛେଳି ର ଲଣ୍ଡି (ଗୋବର) ଚାଷ ଜମି ପାଇଁ ବିଶେଷ ଉପଯୋଗୀ ଖତ ଅଟେ

Digestible goat milk
12
📚
Easily Digestible

ଛେଳି ର କ୍ଷୀରରେ ଚର୍ବି ଖୁବ କମ ମାତ୍ରାରେ ଥାଏ ଓ ଏହା କ୍ଷାରୀୟ ଧର୍ମ ଯୁକ୍ତ — ଫଳରେ ଏହା ସହଜରେ ହଜମ ହୋଇଥାଏ ।

ଛେଳି ପାଳନ କୁ ଗୁରୁତ୍ୱ ଦେବା ର ଉଦ୍ଦେଶ୍ୟ

Purpose of Goat Farming
ଛେଳି — ଗ୍ରାମୀଣ ଜୀବନର ସର୍ବାଙ୍ଗୀଣ ସାଥୀ · The all-round rural companion
Meat production
ପ୍ରଥମ ଉଦ୍ଦେଶ୍ୟ
ସ୍ୱୟଂ ସହାୟକ ଦଳ ର ଉନ୍ନତି
୧ - ଛେଳି ପାଳନକୁ ଏକ ବ୍ୟବସାୟିକ ଉଦ୍ୟୋଗ ଭାବରେ ପ୍ରୋତ୍ସାହିତ କରି ସ୍ୱୟଂ ସହାୟକ ଦଳ ର ସଦସ୍ୟ ମାନଙ୍କର ଏବଂ ସେମାନଙ୍କ ପରିବାରର ଉତ୍ପାଦନରେ ଉନ୍ନତି ଓ ଆୟ ବୃଦ୍ଧି କରିବା
Milk production
ଭୂମିହୀନ ଓ ଗରିବ ପରିବାର ପାଇଁ ଉପଯୁକ୍ତ
ଭୂମିହୀନ ଏବଂ ଗରିବ ପରିବାର ପାଇଁ ଏକ ସ୍ଥାୟୀ ଆୟ ଏବଂ ପୁଷ୍ଟିକର ଖାଦ୍ୟ ର ଉତ୍ସ ପ୍ରଦାନ କରିବା |
Manure and farming
ବଜାର ସହିତ ଯୋଡିକି ଉଚିତ ମୂଲ୍ୟ ରେ ବିକ୍ରି
ଉନ୍ନତ ମାନରେ ଖାଦ୍ୟ ପରିଚାଳନା, ଉନ୍ନତ ମାନରେ ପ୍ରଜନନ ପ୍ରକ୍ରିୟା, ରୋଗ ପରିଚାଳନା, ମୃତ୍ୟୁହାର ହ୍ରାସ, ଏବଂ ବଜାର ଲିଙ୍କେଜ୍ ମାଧ୍ୟମରେ ଛେଳିପାଳନରେ ଆଧିକ ରୋଜଗାର ହାସଲ କରିବା |
Income and livelihood
ଘର ଦ୍ୱାରରେ ଛେଳି ଚାଷ ସମ୍ବନ୍ଧୀୟ ସେବା ପାଇବା
ବୈଜ୍ଞାନିକ ପଦ୍ଧତ୍ତି ରେ ଛେଳି ଚାଷ ପାଇଁ ଦକ୍ଷତା ବୃଦ୍ଧି ଏବଂ ଘର ଦ୍ୱାରରେ ଛେଳି ଚାଷ ସମ୍ବନ୍ଧୀୟ ସେବା ପାଇବା ପାଇଁ ଲୋକଙ୍କୁ ପ୍ରବର୍ତାଇବା I

ଗୋଟିଏ ସ୍ୱସ୍ଥ ଛେଳି = ଗୋଟିଏ ସ୍ୱସ୍ଥ ପରିବାର

One healthy goat = One healthy family

ଛେଳି ବନାମ ଅନ୍ୟ ପଶୁ ପାଳନ

See why goat farming outperforms poultry and dairy farming for small and marginal rural households.

Goat farming illustration
✓ Best Choice
🐐
Goat Farming
ଛେଳି ପାଳନ — The winner
  • ଖୁବ କମ ମୂଲଧନ — Very low investment needed
  • ମହିଳା ଓ ପିଲା ପରିଚାଳନା — Women & children can manage
  • ଦ୍ୱୈତ ଉଦ୍ଦେଶ୍ୟ — Dual-purpose: meat + milk
  • ଶୀଘ୍ର ଛୁଆ — Rapid reproduction cycle
  • Disease resistance & lower mortality
Poultry farming illustration
VS Poultry
🐔
Poultry Farming
କୁକୁଡ଼ା ପାଳନ — Compared
  • High disease risk — bird flu, Newcastle disease
  • Requires controlled environment & ventilation
  • Market price fluctuations are severe
  • Single product: meat or eggs only
  • Goats offer better income stability & lower risk
Dairy farming illustration
VS Dairy
🐄
Dairy Farming
ଗାଈ ପାଳନ — Compared
  • Very high investment — land, sheds, feed costs
  • Long gestation — takes years to break even
  • Needs skilled labour & veterinary support
  • Not suitable for women-managed small farms
  • Goat milk equally nutritious at a fraction of the cost

ଉନ୍ନତ ମାନରେ ଛେଳି ପାଳନ କହିଲେ କଣ ବୁଝ?

ଉନ୍ନତ ଛେଳି ପାଳନ ହେଉଛି ଏକ ବୈଜ୍ଞାନିକ ଓ ଆଧୁନିକ ପ୍ରଣାଳୀ ଯେଉଁଥିରେ ଉଚ୍ଚ-ଉତ୍ପାଦନ ଜାତି ଚୟନ, ସ‌ନ୍ତୁଳିତ ପୋଷଣ, ନିୟମିତ ସ୍ୱାସ୍ଥ୍ୟ ପ‌ର୍ୟ‌ବେ‌କ୍ଷ‌ଣ, ଉ‌ନ୍ନ‌ତ ଆ‌ବ‌ଦ୍ଧ ଆ‌ବା‌ସ ଓ ଆ‌ଧୁ‌ନି‌କ ବ‌ଜାର ସ‌ଂ‌ଯୋ‌ଗ ବ‌ଳ‌ରେ ଅ‌ଧି‌କ ଆ‌ୟ ଓ ଉ‌ନ୍ନ‌ତ ଜୀ‌ବ‌ନ‌ ମାନ ହା‌ସ‌ଲ‌ ହୁ‌ଏ।
High-yield breed selection
1
ଅଧିକ-ଉତ୍ପାଦନ ଛେଳି ଜାତି ଚୟନ
ଛେଳି ପାଳନରେ ସଫଳତା ପାଇଁ ଉଚ୍ଚ-ଉତ୍ପାଦନକ୍ଷମ ଜାତି ଚୟନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ଥାନୀୟ ପରିବେଶ ଅନୁକୂଳ ଉନ୍ନତ ବିରିଡ୍ ବାଛିବା ଦ୍ୱାରା କମ୍ ଖର୍ଚ୍ଚରେ ଅଧିକ ମାଂସ ଓ କ୍ଷୀର ଉତ୍ପାଦନ ସହ ଚାଷୀଙ୍କ ରୋଜଗାର ବୃଦ୍ଧି ହୋଇଥାଏ।
Balanced nutrition and feeding
2
ଉନ୍ନତ ମାନରେ ଛେଳି ଗୁହାଳ ପରିଚାଳନା
ସୁସ୍ଥ ଛେଳି ପାଳନ ପାଇଁ ଏକ ପରିଷ୍କାର, ବାୟୁ ଚଳାଚଳ ଥିବା ଏବଂ ଶୁଖିଲା ଗୁହାଳ ଅପରିହାର୍ଯ୍ୟ। ସଠିକ୍ ଆଲୋକ ଓ ପରିମଳ ବ୍ୟବସ୍ଥା ଛେଳିଙ୍କୁ ରୋଗମୁକ୍ତ ରଖିବା ସହ ସେମାନଙ୍କ ଶାରୀରିକ ବୃଦ୍ଧିରେ ସହାୟକ ହୋଇଥାଏ, ଯାହା ଚାଷୀଙ୍କୁ ଅଧିକ ଲାଭ ଦିଏ।
Modern goat housing
3
ସନ୍ତୁଳିତ ଖାଦ୍ୟ ର ପରିଚାଳନା
ଛେଳିଙ୍କ ଦ୍ରୁତ ଶାରୀରିକ ବୃଦ୍ଧି ପାଇଁ ସନ୍ତୁଳିତ ଖାଦ୍ୟ ଅପରିହାର୍ଯ୍ୟ। ସବୁଜ ଘାସ, ଶୁଖିଲା କୁଟା ଏବଂ ପୃଷ୍ଟିସାର ଯୁକ୍ତ ଦାନା ମିଶ୍ରଣ ଛେଳିଙ୍କୁ ରୋଗମୁକ୍ତ ରଖିବା ସହ ମାଂସ ଓ କ୍ଷୀର ଉତ୍ପାଦନ ବଢ଼ାଇବାରେ ସହାୟକ ହୋଇଥାଏ।
Veterinary health management
4
ନ‌ି‌ୟ‌ମ‌ି‌ତ ଭାବରେ ରୋଗ ପରିଚାଳନା
ଛେଳିଙ୍କୁ ସୁସ୍ଥ ରଖିବା ପାଇଁ ନିୟମିତ ଟୀକାକରଣ ଓ କୃମିନାଶକ ଔଷଧ ପ୍ରୟୋଗ ଅତ୍ୟନ୍ତ ଜରୁରୀ। ସଠିକ୍ ସମୟରେ ରୋଗ ଚିହ୍ନଟ ଏବଂ ପରିମଳ ବ୍ୟବସ୍ଥା ଦ୍ୱାରା ମୃତ୍ୟୁହାର ହ୍ରାସ ପାଇବା ସହ ଚାଷୀଙ୍କ ଆର୍ଥିକ କ୍ଷତି ରୋକାଯାଇପାରିବ।
Market linkage and income
5
ଗର୍ଭବତୀ, କ୍ଷୀର ଦେଉଥିବା, ଛୋଟ ଛେଳି ଓ ପ୍ରଜନନକାରୀ ବୋଦାର ଯତ୍ନ
ଫାର୍ମର ଉନ୍ନତି ପାଇଁ ଗର୍ଭବତୀ, କ୍ଷୀର ଦେଉଥିବା ମାଇଁ ଛେଳି, ଛୋଟ ପିଲା ଏବଂ ପ୍ରଜନନ ବୋଦାର ସ୍ୱତନ୍ତ୍ର ପରିଚାଳନା ଜରୁରୀ। ସଠିକ୍ ପୁଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟ ରକ୍ଷା ଦ୍ୱାରା ମୃତ୍ୟୁହାର ହ୍ରାସ ପାଇବା ସହ ଫାର୍ମର ବଂଶବୃଦ୍ଧି ଓ ଲାଭ ବୃଦ୍ଧି ହୋଇଥାଏ।

ସଠିକ ପ୍ରଜାତି ଚୟନ = ଅଧିକ ଉତ୍ପାଦନ = ଅଧିକ ଆୟ

Right breed selection = Higher yield = Better income